logo

ବିବାହ ବାର୍ଷିକରେ ରକ୍ତଦାନ ଶିବିର ଆୟୋଜନ ତା୨୯/୪/୨୪ ଦାମନଯୋଡି,କୋରାପୁଟ

ବିବାହ ବାର୍ଷିକ ପାଳନ ଅବସରରେ ରକ୍ତଦାନ ଶିବିର ଆୟୋଜିତ

ଦlମନଯୋଡି: ୨୯.୪.୨୪ ପବିତ୍ର ମୋହନ ସାହୁ ତାଙ୍କର ୨୮ତମ ଵିଵାହ ବାର୍ଷିକ ଏକ ନିଆରା ଢଙ୍ଗରେ ରକ୍ତଦାନ ଶିବିର ଆୟୋଜନ ପୂର୍ବକ ପାଳନ କରିଛନ୍ତି । ଆଜି ତା ୨୯.୪.୨୪ ରେ ସେକ୍ଟର ଦୁଇ ସ୍ଥିତ ଚତୁର୍ଦ୍ଧା ମୂର୍ତ୍ତି ପୂଜା ମଣ୍ଡପ ଠାରେ ସାହୁ ପରିବାର ଓ ଓଡ଼ିଶା ରକ୍ତଦାତା ମହାସଂଘ ର ମିଳିତ ଆନୁକୂଲ୍ୟରେ,ଓଡ଼ିଶା ବ୍ଲଡ଼ ସେଣ୍ଟର୍ SLNMCH କୋରାପୁଟ ଦ୍ୱାରା ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆଜି ନିଜେ ପବିତ୍ର ମୋହନ ସାହୁ ଶସ୍ତ୍ରିକ ତାଙ୍କର ୧୧୯ ତମ ରକ୍ତଦାନ ରକ୍ତଦାନ ପୂର୍ବକ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଓଡ଼ିଶା ରକ୍ତଦାତା ମହାସଂଘଙ୍କ ସଭାପତି ଡଃ ନରେଶ ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ନିଜେ ପବିତ୍ର ବାବୁ ୧୧୯ତମ,ସ୍ତ୍ରୀ ସୁଧାଂଶୁ ବାଳl ଆଜି ତାଙ୍କ ୧୬
ତମ ଓ ପୁଅ ପ୍ରତ୍ୟୁଷ ୨୦ତମ ରକ୍ତଦାନ କରିଥଲେ। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ବ୍ଲଡ ସେଣ୍ଟରର ଲାବ୍ ଟେକ୍ନିସିଆନ ରଞ୍ଜିତ ସାହୁ, ରବିନ୍ଦ୍ର ମିଶ୍ର ଓ ସଞ୍ଜୟ ରକ୍ତ ସଂଗ୍ରହ କରିଥିଲେ । ଉକ୍ତ ଶିବିରରେ ପ୍ରବଳ ଗରମ ସତ୍ତ୍ୱେ ୩୫ ଜଣ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ । ସୁଧାଂଶୁବାଲା ସାହୁ , ପ୍ରତ୍ୟୁଷ ସାହୁ, ସନ୍ତୋଷ ମିଶ୍ର ଓ ଶୁକଦେବ ପଟାୟଟ ସ୍ଥାନୀୟ
ସ୍ଵେଚ୍ଛାସେବୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ ଶିବିର ରୁ କୋରାପୁଟ ରକ୍ତ ଭଣ୍ଡାର ଦ୍ଵାରା ସବମୋଟ ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଉକ୍ତ ଶିବିରରେ FBDOO ର କୋରାପୁଟ ଜିଲ୍ଲା ସଂଯୋଜକ ପ୍ରଦୀପ ତ୍ରିପାଠୀ ନିଜେ ରକ୍ତଦାନ କରିବା ସହ ପରିଚାଳନା ସହଯୋଗ କରିଥିଲେ I

109
4114 views